ଲେଖା କେତେ ଭଳି
ଓଡ଼ିଆ ସାହିତ୍ୟ
ଲେଖା ତ ବିବିଧ ପ୍ରକାର
ସବୁ ଅକ୍ଷର ସମାହାର
କେଉଁଟି ପ୍ରଶ୍ନର ଉତ୍ତର
ଅଥବା ପ୍ରେମର ପତର
କେଉଁଟି ସ୍ଥାନୀୟ ଖବର
ଅଥବା ମତ କି ବିଚାର
କେ ଲେଖେ କାର୍ଯ ବିବରଣୀ
ଅଥବା ଭ୍ରମଣ କାହାଣୀ
କେ ଲେଖେ ଗଳ୍ପ ଉପନ୍ୟାସ
ଆଉ କେ ବିନୋଦିଆ ହାସ୍ୟ
ଅଛଂତି କବି ଗୀତିକାର
ସଭିଂକୁ କରିବା ସ୍ବୀକାର
ଟୀକାକାର ଓ ଆଲୋଚକ
ପ୍ରାବଂଧିକ ଓ ପ୍ରବଚକ
ସଭିଏଁ ଅଟଂତି ଲେଖକ
ଭାଷାର ପରିଧି ସ୍ପର୍ଶକ
ଏବେ ବି ଅନେକ ସକ୍ରିୟ
ଅଛଂତି, ତେବେ କିଆଁ ଭୟ ?
ସଭିଂକୁ କରିଲେ ଗ୍ରହଣ
ହେବ ଭାଷାର ଉନ୍ନୟନ
କେ ଲେଖେ ରଚନା ପ୍ରବଂଧ
ନୂଆ ବହିର ମୁଖବଂଧ
କେ କରେ ପୁସ୍ତକ ସମୀକ୍ଷା
କେ କରେ ପ୍ରେରଣା ପ୍ରତୀକ୍ଷା
କେ କରେ ସ୍ବମତ ପ୍ରଚାର
ଅଥବା ଧାରଣା ସଂଚାର
କେ କରେ କବି ସ୍ତାବକତା
କେ ହୁଏ ଓଜସ୍ବିନୀ ବକ୍ତା
କେ କରେ ନିତି ଲେଖାଲେଖି
କେ ରହେ ବରାଦ୍କୁ ଟାକି
ସଭିଏଁ ଭାଷା ବ୍ୟବହାରୀ
କାମ କରଂତି ଦରକାରୀ
ସାହିତ୍ୟ ହେଲେ ହିତକାରୀ
ସତ୍ୟ ବାସ୍ତବ ନିଷ୍ଠାଧାରୀ
ଯୋଗାଏ ସମୂହ ପ୍ରେରଣା
କିଛି ବି ହୁଏନାହିଁ ଊଣା
ପର୍ବପର୍ବାଣି ଯାତ୍ରା ମେଳା
ଲେଖାର ପ୍ରସଂଗ ହୋଇଲା
ଋତୁକୁ ଘେନି ଗୀତ ଲେଖା
ଚାଲିଛି ଏଠାରେ ଅବିକା
ଭୋଗୁଛୁଁ ଯେମିତି ଜୀବନ
ତାହା ନ ହେଲେ ଉପାଦାନ
ଲିଖନ ହୁଏ ରସହୀନ
କାଳର ସୁଅରେ ନିଶ୍ଚିହ୍ନ
କେହି ଲେଖଂତିନାହିଁ ଭାବି
ବାସ୍ତବତାର ସ୍ପଷ୍ଟ ଛବି
କଳ୍ପନା ଆଶ୍ରିତ ସାହିତ୍ୟ
ହେଉନି ବିଶେଷ ଆଦୃତ